******** - "କୃଷକ" **********
ସଂକର୍ଷଣ କରି ସଂକର୍ଷଣ ପରି
ଜଗତ ହିତରେ ଦୁଃଖର ସାଥୀ,
ସଂକର୍ଷଣ କରି ଶଂକର୍ଷଣ ପରି
ପାଳନରେ ଦିନ ଯାଉଛି ବିତି।(୧)
ସଚେତନ ଦେହେ ଅଚେତନ ରହେ
ନିଜ ସ୍ବାର୍ଥ ପାଇଁ ଭାବନା ନାହିଁ,
ସଚେତନ ରାଜେ ଅଚେତନ ବୀଜେ
ତାହାରି ଆପଣା ପରଶ ପାଇ।(୨)
ସଜଳ ତା'ଆଖି ନିର୍ଜଳକୁ ଦେଖି
ସୁନାର ଫସଲ ଯାଏ ଉଜୁଡି,
ସ-ଜଳ କ୍ଷେତ୍ରରେ ନିଃ-ଜଳ ଚକ୍ଷୁରେ
ଆଶାର ଫସଲ ମାରେ ଲହଡ଼ି।(୩)
କଷଣ ସହିଣ କରଇ କର୍ଷଣ
ଖରା, ବର୍ଷା, ଶୀତ ସବୁ ସମୟେ,
କଷ ହୋଇ "କର୍ଷ" ଅଣକ ପ୍ରାପକ
ବାଣ୍ଟି ଦେଇଥାଏ ଦାନୀ ପରାୟେ।(୪)
କୃଷି କରେ ବୋଲି କୃଷକରୁ ବଳି
ବଳୀ ନାହିଁ କେହି ତନ ମନରେ,
କୃଷିକର ବଳୀ କୃଷକରୁ ବଳୀ
ହୋଇଯାଏ ବୋଲି ବଳି ପଡେରେ।(୫)
ଧନୀକ ଆଧାର ଧନୀକର ଧାର
କର,ଧାର ଚିନ୍ତା ଧାର ଛୁରୀଟି,
ଜୀବନ ଆଧାର ଜୀବନ ର ଧାର
ଧାର ବନ୍ଦେ "ଜୀବ" ଜୀବ ଯାଏଟି।(୬)
ତା'ଜଞ୍ଜାଳ ଜାଲ ଜୀବନର ଜାଳ
ଭେଜାଲ ଯୁଗରେ ଚିନ୍ତାର ଜାଲ,
ବିହନ ଭେଜାଲ ସାର ବି ଭେଜାଲ
ଭେଦି ପାରେ ନାହିଁ ଦୁଃଖ ସକଳ।(୭)
ନିଃସ୍ବର ପ୍ରତୀତ ଆଜି ନିଷ୍ପେସିତ
ମାନ ଦେଇ ତା'ର ନାହିଁ ସମ୍ମାନ,
ନିଜର ଜୀବନ କରି ସମର୍ପଣ
କି ଲିହିଛି ବିହି,ଅଭାବୀଜନ ।(୮)
ଯୋଗାଏ ଯେ ଅନ୍ନ ଯୋଗୀର ଜୀବନ
ଜିଉଁଛି, ସଂସାର ଅବହେଳାରେ,
ଅଭିଜନ ନୁହଁ ଅଭିଜାତ ନୁହଁ
ଅଭିନୟ କିନ୍ତୁ ରାଜନୀତିରେ ।(୯)
ଖାଇବାରେ ନୁହଁ ଖୁଆଇ ଯା ମୁହଁ
ହରଷ ରସରେ ହୁଏ ପ୍ଳାବିତ,
ଛାଡ଼ି ଖୋଇ ଖେଳ ପ୍ରେମରେ ସଂଖୋଳ
ହର ସରସରେ ଦୁଃଖ ପର୍ବତ।(୧୦)
ମାନବର କର୍ମ ମାନ ବର କର୍ମ
କୃଷକେ ଦିଅହେ ସାଧୁ ସଙ୍ଗତି,
ମାନ ବର ଧର୍ମ କର୍ଷକର କର୍ମ
ଚଷକ ଫେଡିବ ତୁମ୍ଭ ଦୁର୍ଗତି।(୧୧)
ବୀରକିଶୋର ଶତପଥୀ (ଶିକ୍ଷକ)
ସାରସମାଲ
ବରଗଡ
0 Comments