କୃଷକ
ଦେଖ ଏ ଦୁନିଆଁ ରିତି
କୃଷକ ବୋଲି ଆଦର
ଆଦର ନାହିଁ ମୋଟେ
ସହରିଆ ଆସନ୍ତି ନି ମୋ କତି
ଖରା ,ବର୍ଷା ,କାକର
ସଵୁ କୁ ଥାଏ ସହି
ମୋତେ ଯଦି ଆଶ୍ରା ନ କଲୁ
ରହି ପାରି ବୁ କି ତୁହି?
ମୁଣ୍ଡ ର ଝାଳ କୁ ତୁଣ୍ଡ ରେ ମାରି
ଫଳାଏ ସୁନା ର ଫଳ
ସୁଖ ଦୁଖ ଚିରକାଳ ସାଥୀ
ବଲଦ ,ହଳ ଆଉ ନଙ୍ଗଳ
ଅନ୍ୟ ପେଟ ରେ ମୁଁଆହାର ଯୋଗାଏ
ଜୀବନ କୁ ପାଣି ଛଡେଇ
ମୋ ଦୁଃଖ କୁ କେହି ବଝନ୍ତି ନି
ହସ ରେ ଦିଅନ୍ତି ଉଡାଇ
ପଖଳ ଗଣ୍ଡାଏ ଆଶ୍ରା ସିନା ମୋର
ଲୋଡା ନାହିଁ ଛ ତିଅଣ ନ ଭଜା
ଲୋଡ଼ା ନାହିଁମୋର ରାଜ ସିଂହାସନ
ଇଛା ନାହିଁ ହେବା କୁ ରାଜା
ମଣିଷ ଯେତେ ଅପମାନ ଦେଉ
ନାହିଁ ମୋର ତିଳେ ଦୁଃଖ
ପ୍ରକୃତି ରାଣୀ ମୋ ପ୍ରତି ବିରଷ ନହେବୁ
ହୋଇ ଥିବୁ ତୁ ହରଷ
ହୋଇ ଥିବୁ ତୁ ହରଷ
✍️ଶ୍ରୀମତି ସୁସ୍ମିତା ଦାଶ/ସୁବର୍ଣ୍ଣ ପୁର
0 Comments