{ କୃଷକ}
,,,,,,,,,,,,,,,,,,,,,,,,,,,
ମାଟି ମା' କୋଳେ ଜନମ ତାହାରି
କୃଷି ତାର ମୁଖ୍ୟ ଜୀବିକା
ମାଟିର ମଣିଷ ବୋଲାଏ ଜଗତେ
ନିତି ଦିଏ ଭାଗ୍ୟ ପରୀକ୍ଷା।
ଗ୍ରୀଷ୍ମ କି ବସନ୍ତ ଶୀତ କି ଶରତ
ସବୁ ଋତୁ ତାର ଏକା
ରକତ ନିଗାଡି ଅଜାଡେ ଫସଲ
ସ୍ବପ୍ନ ହେଉପଛେ ଫିକା।
ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଣ
ଖାଉଥାଏ ବାସି ପଖାଳ
ପରିବାର ତାର ଅର୍ଥଅନାଟନ
ଖୋଜି ପାଏନାହିଁ ସକାଳ।
ତାପାଇିଁ ସ୍ବର୍ଗ ଝାଟିମାଟି ଘର
ପାଞ୍ଚପ୍ରାଣୀ କୁଟୁମ୍ବର
ସୁଖ ହେଉ ଦୁଃଖ ଦିଅନ୍ତି ସାହସ
ବଞ୍ଚିବାର ଅଧିକାର।
ଅଙ୍ଗେ ସେ ଲିଭାଏ ପ୍ରକୃତି କଷଣ
ବନ୍ୟା ବାତ୍ୟା ମରୁଡିର
ଇଶ୍ବରବିଶ୍ବାସୀ ଧରଣୀମାତାର
ଭକ୍ତିଅର୍ଘ୍ୟ ବାଢେ ତାର।
ହଳ ଲଙ୍ଗଳ କୋଡି କୋଦାଳ
ଶରୀରର ଦୁଇ ବାହା
ସୂବର୍ଣ୍ଣମଣ୍ଡିତ କ୍ଷେତକୁ ସଜାଏ
ଛାଇ ପରି ହୋଇ ସାହା।
ଲାଭ କ୍ଷତି ସବୁ ବିଧାତାର ଖେଳ
କେବେ ହୁଏ ଋଣଭାର
କୃଷକ ଯୋଜନା ବାଟମାରଣାରେ
ଜୀବନଟି ହାରେ ତାର।
ପରିବାର ମୁଖ୍ୟ ଦେଶର ସେବକ
ସର୍ବକ୍ଷେତ୍ରେ ଯୋଗଦାନ
ସ୍ବାର୍ଥହୀନ ତାର କୃଷିର ସେବାରେ
ବଦଳେ ଆର୍ଥିକ ମାନ।

ସରୋଜ କୁମାର ସାହୁ
ଆଠଗଡ,କଟକ
୯୩୪୮୫୭୫୨୨୪