------ ରାକ୍ଷୀ --------
ରାକ୍ଷୀ ବାନ୍ଧିଥିଲେ ପ୍ରଥମେ ସେଦିନ
ଦ୍ରୋପଦି ତୁମରି ହାତେ ।
କହିଥିଲେ ସଖା ଭଉଣୀ ଟେ ଭାବି
ରକ୍ଷା କରୁଥିବ ମୋତେ ।।
ରାକ୍ଷୀର ମାନ ରକ୍ଷା କରି ଶ୍ୟାମ
କୋଟି ବସ୍ତ୍ର ଦେଇଥିଲ ।
କୁରୁ ସଭାରେ ଭଉଣୀ ମର୍ଯ୍ୟାଦା
ତୁମେ ପୁଣି ରଖିଥିଲ ।।
ସେହି ଦିନଠାରୁ ଏ ରକ୍ଷା ବନ୍ଧନ
ଭାରତେ ଆରମ୍ଭି ଥିଲା ।
ଭଉଣୀ ଲାଜ ଭାଇ ରଖିବ ବୋଲି
ଭଉଣୀ ଭରଷି ଥିଲା ।।
ସବୁ ଭଉଣୀ କି ଦ୍ରୋପଦି ହେଉଛି
ଶ୍ୟାମ ହୁଅଇ କି ଭାଇ ।
କେତେଯେ ଭଉଣୀ ମରଇ ଏଇଠି
ଆଜି ନିର୍ଯାତିତା ହୋଇ ।।
ଦ୍ରୋପଦି ଙ୍କ ଭଳି କେତେ ଭଉଣୀଙ୍କ
ବସ୍ତ୍ର ହରଣ ହୁଏ ।
ଅସହାୟ ହୋଇ କେତେ ଯେ ଭଉଣୀ
ମୃତ୍ୟୁ ମୁଖରେ ଶୁଏ ।।
ଭାବିଲ କି ଶ୍ୟାମ ମହାନ ହୋଇଲ
ଦ୍ରୋପଦି ଙ୍କ ମାନ ରଖି ।
କେତେ ଯେ ଭଉଣୀ ନିର୍ଯାତିତା ଏଠି
ଲୁହରେ ଭିଜୁଛି ରାକ୍ଷୀ ।।
ଗୁହାରି କରୁଛି ଦ୍ରୋପଦି ଙ୍କ ଭଳି
ସଭିଙ୍କ ମର୍ଯ୍ୟଦା ରଖିବ ।
ଅସହାୟ ସେଇ ପ୍ରତି ଭଉଣୀଙ୍କ
ଭାଇ ଟିଏ ତୁମେ ସାଜିବ ।।
ରୂପାଲି ପ୍ରିୟଦର୍ଶିନୀ ସାମନ୍ତରାୟ
ଆଇନ୍ ଛାତ୍ରୀ
ଲକ୍ଷ୍ମୀ ନାରୟଣ ପୁର
ପୁରୀ
ମୋ-୮୨୪୯୦୨୯୮୨୭
0 Comments