------ ରାକ୍ଷୀ -----
ବରଷକେ ଥରେ ଆସିଛି ଏହି ଗୋଟିଏ ଦିନ
ଭାଇ ଭଉଣୀଙ୍କ ସମ୍ପର୍କ ରେ ଗଢ଼ା
ଏହି ରକ୍ଷା ବନ୍ଧନ
ମନରେ ନରଖି ମାନ ଅଭିମାନ
ସୂତା ଖିଅଟିଏ ଯୋଡି ଦେଇଥାଏ
ଭାଇ ଭଉଣୀ ଙ୍କ ସେନେହ ପ୍ରେମର ବନ୍ଧନ
ଭାଇ ଭଉଣୀ ସମ୍ପର୍କ ଏକ ଅତୁଟ ଭାବ ବନ୍ଧନ
ସଦା ମାନସିକ ରଖିଥାଏ ଭଉଣୀ
ଭାଇର ଦୀର୍ଘାୟୁ ଜୀବନ
ମସ୍ତକେ ଲଗାଇ ଚନ୍ଦନ ସିନ୍ଦୁର
ଦେଇ ଦୀପ ଧୂପ ଆଳତି
ଏତିକି କାମନା କରୁଛି ପ୍ରଭୁ ହେ
ଭାଇ ଙ୍କ ଜୀବନେ କେବେ ନଆସୁ ବିପତ୍ତି
ଭଉଣୀ ଯେ ବାନ୍ଧେ ଭାଇ ହାତେ
ରାକ୍ଷୀ
ଏଇ ସମ୍ପର୍କ ର ସାକ୍ଷୀ ଏକା ସେହି ରାକ୍ଷୀ
ବାପା ମା ଙ୍କ ମନରେ ଭରିଯାଏ ଖୁସି ର ଲହରୀ
କି ସୁନ୍ଦର ଆମ ପରମ୍ପରା ଭାଇ ଭଉଣୀ ଙ୍କ ରକ୍ଷା କବଚର ଡୋରୀ
"ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ"
ଆସୁ ପଛେ କେତେ ଝଡ଼ ତୋଫାନ
ତୋବିନା ଅଧା ଏଇମୋ ଜୀବନ
ଲୋଢାନାହିଁ ମତେ
ହୀରା ନୀଳା ମୋତି ମାଣିକ
ବିପଦ ପଡିଲେ ଉଦ୍ଧାର କରିବି
ଭାଇ ତୋର ମୁହିଁ
ହେବି ତୋ ରକ୍ଷକ
ଦୀପକ କୁମାର ପଣ୍ଡା
ଜିଲ୍ଲା -ରାୟଗଡା
ଗୁଣୁପୁର
0 Comments