"କୃଷକ"
****************************
ଜଗତକୁ ବଂଚାଇବା ପାଇଁ କୃଷକର ଜନ୍ମ, 
 ତାହାରି ଲାଗି ସେ ପୃଥିବୀରେ ଧନ୍ଯ। (୧) 
ଦେହର ରକ୍ତକୁ ଖଟି ଖଟି କରି ଦିଏ ପାଣି, 
ଅୟସରେ ଥିବା ଲୋକ ତା ନପାରନ୍ତି ଜାଣି। (୨) 
ଭୋଗ ବିଳାସ ମୌଜ ମଜଲିସ୍ ତା' ଜୀବନରେ ନାହିଁ, 
ଖଣ୍ଡେ ଲୁଗା ଖଣ୍ଡେ ଗାମୁଛାରେ ସାରା ଜୀବନ ବିତାଉ ଥାଇ। (୩) 
ମାଟି ସଂଗେ ମାଟି ହୋଇ ଫଳାଇ ସୁନାର ଫସଲ, 
ସାହୁକାର କିଣି ନିଏ ତା'ର ପରିଶ୍ରମର ମୂଲ। (୪) 
ବାତ୍ଯା ବନ୍ୟା ମରୁଡିରେ ତା' ଫସଲ ଉଜୁଡ଼ି ଯାଏ, 
କିଏ ତା' ଦୁଃଖ ବୁଝିବ ସେ ମୁଣ୍ଡ ପିଟୁ ଥାଏ। (୫) 
ଲାଲ୍ ବହାଦୂର କହିଥିଲେ ଜୟ ଯବାନ ଜୟ କିସାନ୍, 
ଏମାନଙ୍କ ଅଜସ୍ର ତ୍ଯାଗ ପାଇଁ ଆମ ଦେଶ ଆଜି ମହାନ୍। (୬) 
***************************
ନାମ-ଅମୃତାଂଶୁ  ଦ୍ୱିବେଦୀ (ଛାତ୍ର) 
ଗ୍ରାମ-ତଳକୁସୁମା , ପୋଷ୍ଟ-କଳାବୁଦା
ଜିଲ୍ଲା- କେନ୍ଦ୍ରାପଡ଼ା
ମୋ-8480833450
  
0 Comments