*କୃଷକ*
ମାଟିର ସନ୍ତାନ 
ପ୍ରକୃତିର ବରପୁତ୍ର 
ଖାଦ୍ୟ ଉତ୍ପାଦକ 
ଶସ୍ୟ ସରଂକ୍ଷକ ll

ହଳ ଲଙ୍ଗଳ ତା ବାହାନ
ଅଭିଜ୍ଞତା ତା'ର ଜ୍ଞାନ କୌଶଳ 
ମନରେ ଅସୀମ ବିଶ୍ୱାସ 
ପୁଞ୍ଜି ତା'ର ଉତ୍ତମ ବିହନ ll

ବସୁଧାକୁ କରି ସ୍ମରଣ 
ଅକ୍ଷିମୁଠି କରି ଅନୁକୂଳ 
ବାହାରେ ଫଳାଇବାକୁ 
ସୁନାର ଫସଲ ll

ପଖାଳ ମୁଠେ ତୁଣ୍ଡରେ ଦେଇ 
ମାଟିରୁ କରେ ସୁନା ଅମଳ 
ଖରା ବର୍ଷାକୁ ପିଠିରେ ସହି 
ଅନ୍ନଦାତା ସିଏ ଜଗତ ପାଇଁ ll

ପ୍ରକୃତି କୋଳରେ ତା ଭବିଷ୍ୟତ 
ପାଣିପାଗ ବିଗିଡିଗଲେ 
ହିଡରେ ବସେ ମୁଣ୍ଡେ ଦେଇ ହାତ 
ଉଜୁଡି ପଡେ ତା ଦୁଃଖଦ ସଂସାର ll

ଯେତେ ସବୁ ଯୋଜନା, 
କେତେ ସାହାଯ୍ୟର ହାତ 
ଆଜି ଯାଏଁ ବଦଳାଇ ପାରି ନାହିଁ  
ତା ଭାଗ୍ୟ ରୂପରେଖ ll

ଆଷାଢ଼ ଶ୍ରାବଣ ଆଉ ସବୁ ମାସ 
ପୋକଜୋକ ସାଙ୍ଗକୁ ବାତ୍ୟା ଡର
କେବେ ମରୁଡି ତ କେବେ ପଙ୍ଗପାଳ 
ଆଶଙ୍କାରେ କାଟେ ସବୁଦିନ ll

ସଭ୍ୟତା ବଢୁଛି ଦିନକୁ ଦିନ 
ତଥାପି କୃଷକ ହୁଏ ହୀନିମାନ 
ୠଣ କରଜରେ ଛନ୍ଦା ତା ଜୀବନ 
ଅନିଶ୍ଚିତ ସଦା ତା ଭବିଷ୍ୟତ ll

 ଅଙ୍ଗେ ନିଭାଇବ ଯେବେ ଏ ଜଗତ  
କୃଷକର ଆତ୍ମକାହାଣୀ 
ତା ମନ ଜାଣିବ ଦେଇ ତାକୁ  ସମ୍ମାନ 
ସେବେଠୁ  ହେବ ଦେଶର ପ୍ରକୃତ ପ୍ରଗତି ll


ସଂଗୀତା ନାଏକ
ରାୟଗଡା