- "କୃଷକ"   

କୃଷକ ଘରେ ମୋ ଜନ୍ମ  
କୃଷି କାର୍ଯ୍ୟ ମୋ କର୍ମ
           ବିଶ୍ୱକୁ ଖାଦ୍ୟ ଯୋଗେଇ ବା ମୋ ଧର୍ମ ।।
ଧନୀ ହଉ କି ଗରିବ   
ଦେଖେ ନାହିଁ ଭେଦଭାବ
  ସମସ୍ତଙ୍କର ପୁରଣ କରେ ମୁଁ ଖାଦ୍ୟର ଅଭାବ ।।
ମୁଣ୍ଡ ଝାଳ ତୁଣ୍ଡରେ ମାରେ  
ଦିନ ରାତି ସବୁ ଏକ କରେ
      କ୍ଷେତରେ ରଙ୍ଗ ବେରଙ୍ଗର ପରିବା ଫଳେ ।।
ଧରିତ୍ରୀ ମା ଆଜି ହସୁଛି   
ସବୁଜ ରଙ୍ଗ ସେ ଦିସୁଛି
          ସୁନାର ଫସଲ ତା ଦେହରେ ଖେଳୁଛି ।।
ଉପାସ ଭୋକରେ ଥାଏ 
ଭୋକିଲା ପେଟକକୁ ଆହାର ଦିଏ
              ସମସ୍ତଙ୍କ ମୁହଁରେ ହସ ଫୁଟାଏ    ।।
ଏଠି ରକ୍ଷକ ସୈନିକ
ହସଇ ଏ ଦେଶେ କୃଷକ
        କୃଷି ପ୍ରଧାନ ଦେଶ ଏଇ ମୋ ଭାରତ  ।।
କୃଷକ ହୋଇ ମୁଁ ଗର୍ବ କରୁଛି
ଲାଲ୍ ବାହାଦୁର ଶାସ୍ତ୍ରୀ କହିଛି
     ଜୟ ଯବାନ ଜୟ କିଷାନ ନାରା ଦେଇଛି ।।
-----------***------***------***----------
ଆଉ ପଦେ ଚଷା ପୁଅ ପାଇଁ.....

ଚଷା ପୁଅ ବାହାରେ ଦାଦନ କଟୁଛି
କୃଷି କାର୍ଯ୍ୟକୁ ଘୃଣା ଆଜି କରୁଛି
          ଚାଷ ଜମି ତାର ମରୁଭୂମି ପାଲଟିଛି  ।।
ଆଉ କେତେ ଦିନ ଦାଦନ ଖଟିବ
ଚାଷ ଜମି କଣ ବଞ୍ଜର ରହିବ
   ସେ ଜମିରେ କଣ ସୁନାର ଫସଲ ନ ଫୁଟିବ ।।
ଧରିତ୍ରୀ ମା ଆଜି ଖୋଜୁଛି
ଚଷା ପୁଅ ତାର କୁଆଡେ ଯାଇଛି
     ଚାଷ ଜମି ଆଜି କୃଷକକୁ ଅପେକ୍ଷା କରିଛି ।।
-------------***-------***------***-----------

ନାମ - ଜଗମୋହନ ପ୍ରଧାନ
ଶକୁନ୍ତଳାପୁର, ଯାଜପୁର

---------------------------