"କୃଷକ"

ଏହି ଆମ ସୁନାର ଭାରତେ କୃଷକ ଜନ୍ମ ନେଇଛି.
ଯାହାର ପାଁଇ ଏ ଯିବ ଜଗତ ଆଜି ଯାଏ ବଞ୍ଚି ରହିଛି... |

ନିଜ ଝାଳ ମୁଣ୍ଡରେ ମାରି କେତେ ଦୁଃଖ ସହୁଛି.
ଅନ୍ୟର ଓଠରେ ଟିକେ ହସ ଦେବା ପାଁଇ କେତେ ବଳିଦାନ ଦେଉଛି.. |

ଖରା ବର୍ଷା ଶୀତ ଖାତିର୍ ନକରି ସବୁ ହସି ହସି ସହି ଯାଉଛି
ଆମ ମୁହଁରେ ଦାନା ଟିକେ ଦେବାକୁ
ସବୁ କଷ୍ଟ ଯନ୍ତ୍ରଣା ନିଜେ ହସି ହସି ସବୁ ନେଇଯାଏ |

ଧନୀ ମାନେ କେବେବି ବୁଝିବେ ନାଁହି କୃଷକ ଭାଇଙ୍କ କାହାଣୀ..
କୃଷକ ନଥିଲେ ଏ ଦୁନିଆ କେବେ ତିଷ୍ଟି ରହିବନି ଜମା... |

କେତେ ତ୍ୟାଗ କେତେ ମହାନ ଆମରି କୃଷକ ଭାଇ.
ତାଙ୍କରି ପାଁଇ ହସି ଉଠେ ଆମରି କ୍ଷେତ ବାଡ଼ି... |

ଧନ୍ୟ ମାତୃଭୂମି ଧନ୍ୟ ମୋ କୃଷକ ଭାଇ ଧନ୍ୟ ତୁମ କରୁଣା. ତୁମେ ନଥିଲେ ଏ ଦୁନିଆ ଅନ୍ଧାର
ତୁମେ ଆମ ସାହା ଭରଷା.. |

ତୁମରି ପାଁଇ ଆମେ ଦୁଇମୁଠା ଦାନା ପାଉଛୁ.
ତୁମେ ନଥିଲେ ଏ ଜଗତ ଶୂନ୍ୟ ଶୂନ୍ୟ ଖାଲି
ତୁମେ ହେଲ ଆମ ପାଁଇ ମହାନ୍.. |

କୃଷକ ଭାଇଙ୍କ କାହାଣୀ କହିଲେ କି ଲେଖିଲେ  ସରିବ ନାଁହି ଜମା.
ଯେତେ ବି ପ୍ରଶଂସା କଲେ ମନ  ମୋର ବୁଝିବ ନାଁହି ଜମା.. |

ଧନ୍ୟ ଧନ୍ୟ ତୁମ ନିଃସ୍ୱାର୍ଥ ପର ସେବା. ଧନ୍ୟ ତୁମ କାହାଣୀ
ତୁମରି ଦୟାରୁ ବଞ୍ଚି ରହିଛି
ଆମରି ଏ ସୁନା ଭାରତ.. |

   
      
                ଝରଣା ରାଉତ ✍️
                   ଯାଜପୁର |
               ମୋ : 7978352316