କୃଷକ
ଗର୍ବ କରେ ଆଜି ଭାରତୀୟ ବାସି ସୁଯୋଗ୍ୟ ସନ୍ତାନ ପାଇ, କୃଷି କାର୍ଯ୍ୟ କରି ଯୋଗାଏ ତ ଅନ୍ନ ସେ ଆମ କୃଷକ ଭାଇ।। ଫସଲ ଫଳାଏ ବାରମାସ ଯାକ ମାଟି ମା କୋଳ ତା ଘର,ଖରା ହେଉ ଅବା ବରଷା ହେଉ ନଥାଏ କାହାର ଡର।। ସଭିଙ୍କ ଖୁସି ରେ ମନ ଭରେ ତାର ତଥାବି ପାଏସେ ଦଣ୍ତ, ବନ୍ୟା ମରୁଡି ଦୁର୍ବିପାକ କେତେ ଭାଙ୍ଗି ଦିଏ ମେରୁଦଣ୍ତ।। ସଭିଙ୍କୁ ମିଳଇ ନେତା ମନ୍ତ୍ରୀ କୁ ଯେ ଏଠି କେତେ ପୁରସ୍କାର, ଆଜି ଯାଏ କେବେ ମିଳି ପାରି ନାହିଁ କୃଷକ କୁ ତା ଅଧିକାର।। ଜୀବନ ରେ ତାର ଭରି ରହିଥାଏ କେତେ ଯେ ଦୁଃଖ ଯାତନା,
ବୁଝିବାକୁ ତାକୁ ଚେଷ୍ଟା କରନ୍ତିନି କେହି ତ ସେହି ବେଦନା।।
ସଭିଙ୍କ ମୁଖରେ ପେଟ ଭରି ମୁଠେ ଦେଉଥାଏ ସେ ଆହାର ,
ଭୋକ ଶୋଷ ସବୁ ମରି ଯାଇଥାଏ ନିଜେ ଖାଇ ଋଣ ପାହାର।।
ଦିନ କୁ ଦିନ ଯେ ବଢି ଚାଲୁଥାଏ ଋଣ ବୋଝ ର ଭାର,
ଶୁଝି ନ ପାରିଲେ ଅର୍ଥ ଅଭାବ ରେ ହାରଇ ଜୀବନ ତାର।।
ଦୁଃଖ ଦରିଦ୍ରତା ସଦା ତୋର ସାଥି ତଥାବି ତୁ ହସୁଥାଉ,
ପ୍ରଭୁ ଙ୍କ ପାଖରେ ଏତିକି ପ୍ରାର୍ଥନା ସଦା କୃଷକ ର ଜୟ ହେଉ।।
ବାସୁଦେବ ମହାନ୍ତ , କେନ୍ଦୁଆ,କେଉଁଝର। 8249463790
0 Comments