କୃଷକ
-------------------
             

ଯେ ଦିନରାତି ଏକା କରି
ନିଜ ରକ୍ତକୁ ମିଶାଏ ଏ ମାଟିରେ
ପେଟରେ ଓଦା ଲୁଗା ଯାକି
ଭରିଦିଏ ଅନ୍ୟର ପେଟ
ସେ କେବେ ମାଗିଛି କି
ତା ରକ୍ତର ମୂଲ୍ୟ  ?

ପିଠିକୁ ଚଟାଣ କରେ
ବେଖାତିର ତା ଆଗେ
ଖରା, ବର୍ଷା, ଶୀତ,
ଛାତିର କଳିଜାକୁ ଚିପୁଡି
ଫଲେଇ ଦିଏ ସୁନାର ଫସଲ ।

ଡୁଲିରୁ ଚୁଲି ଯାଏଁ  ଆସିବାକୁ
କେତେ ଯେ ଦହଗଞ୍ଜ
ଏସିରେ ଆରାମ କରୁଥିବା ଲୋକେ
କାହୁଁ ବା ଜାଣିବେ ? ?
ମାତ୍ର ,
ସେମାନେ ଧାର୍ଯ୍ୟ କରିବେ
କୃଷକର ଶସ୍ଯର ମୂଲ୍ୟ
ଜୀବନର ମୂଲ୍ୟ
ରକ୍ତର ମୂଲ୍ୟ !!

ବାଃ.... !!
---------------------


ପୁସ୍ତମ ଯୁଆଡି

ଠିକଣା:-
ଭୁତିବାହାଲ,ଗାଇସିଲାଟ,ବରଗଡ଼
ମୋ-6371419334