*କୃଷକ*

ବର୍ଷ ଦିନ ମାସ ନାହିଁ ହିସାବ
ଖରା ବର୍ଷା ରେ ମୁଁ କରଇ ଚାଷ
ନିୟେ ନାହିଁ ମୁହଁ ଛୁଟି ବାରମାସ
ପରିଶ୍ରମ କରେ ଅନବରତ ।

ମେଣ୍ଟେଇବାକୁ ମୋ ପେଟ ର ଭୋକ
ଖରା ତରା ରେ ମୁଁ କରଇ ଖେତ
ଦାନା ଉପର୍ଜନା ପାଇଁ କରେ କରଜ
ସୁଝି ନ ପାରିଲେ ପିୟେ ମୁଁ ବିଷ ।

ଦାନା ପିଙ୍ଗୁଥାନ୍ତି ବଡ଼ ଘର ଲୋକ
ସେକି ଜାଣିବେ କଷ୍ଟ ର ମୂଲ
ଯତନ ନ ନେଲେ ଖେତ ଯେ ମୂକ
କରେ ପରିଶ୍ରମ ଦେଇ ଜୀବନ।

ଚଷା ଭାଇ ମୁଁ ଚାଷ ମୋ ବେଉସା
ଉଠି କ୍ଷେତକୁ ଯାଏ ମୁଁ ନ ହେଉଣୁ ଉଷା
ବର୍ଣ୍ଣନା କରିବାକୁ ମୋର ନାହିଁ ତ ଭାଷା
ଚାଷ ପରା ଅଟେ ମୋର ନିଶା ।

ଅନୁରୋଧ ମୋର ରଖିବେ ଭାଇ
ଆବଶ୍ୟକ ଅନୁଯାୟୀ ଖାଦ୍ୟ ଖାଇବେ ନେଇ
ଅଯଥାରେ ଖାଦ୍ୟ ନଷ୍ଟ ନକର ନେଇ
ହାଡ଼ ମାଂସରେ ଗଢା ଆମେ ବି କୃଷକ ଭାଇ।

କୃଷକ ଙ୍କୁ ଦେଇ ସଭିୟେଁ ସମ୍ମାନ
ରଖିବ ତାଙ୍କ କଷ୍ଟ ର ମାନ
ତେବେ ହୋଇବ ଯାଏଁ ଦେଶ ବିକାଶ
ନ ମରିବେ କେହି ଆଉ ଭୋକ ଉପାସ ।

ହସିବ ଧରଣୀ ହସିବ ଘରଣୀ
କରୁଥିବି ଚାଷ ମୁଁ ଖୁସି ରେ ପୁଣି
ଖାଦ୍ୟ ଯୋଗାଇ ୟେ ଦେଶ ଯାକ
ପୂରଣ କରିବି ମୋ ସନ୍ତାନ ସ୍ବପ୍ନ ।।

*ମୁଁ ପରା ଅଟେ କୃଷକ ଭାଇ ।*

ଅନୀତା ନାୟକ✍️
କଟକ ।
ମୋ : 7978380093