" କୃଷକ "
ଏନ୍ତୁଡିଶାଳର ନିଆଁରୁ ଶ୍ମଶାନ ଜୁଇ ଯାଏଁ
ଧରଣୀ ମାଆ ଗରଭେ,ରଖିଯାଏ ଯେ ସନ୍ତକ,
ରବି,ଶଶି ଗହଣରେ,ଯାହାର ସଂସାର,
ସେଇ ଅଟେ ଜୀବନ ଜନକ,ଆଶାର ଆଲୋକ
ଦେଶର ରକ୍ଷକ, ଆମ କୃଷକ,ଗାଁ କୃଷକ।।
ଗରଭେ ଯାହାର ରୁଧିର,ନିମିଶକେ ଶୁଣିନିଏ,
ଭୋକିଲା ରୁକ୍ଷସ୍ବର,ଡାକ` ଦରଦି ହୃଦୟର,
ସ୍ବତଃ ଶୃଷ୍ଟି" ପାଳଭୂତ,ଯାହାର ଏକାନ୍ତ ମୂକସାକ୍ଷ,
ସେ ତ' ଅଟେ ପ୍ରକୃତିର ବର,ଆତ୍ମନିର୍ଭରଶୀଳ,
ଏ ଜଗତ ହିରୋ,ମୋ କୃଷକ ବୀର।।
ହସି ହସି,ଯେ ସହେ ଖରା,କାକର,
ଛିଞ୍ଚିଦେଇ କିଆରିରେ,ନିଜ ଶୋଣିତନୀର,
ଅନ୍ଧ ର ଲଉଡି ସାଜେ ପ୍ରକୃତି ମାଆ ର,
ସେ,ଆଉ କିଏ ବା ହୋଇପାରେ!
ଆମ ଦେଶର ଶିର,ଗାଁ କୃଷକ ମୋର।।
ନିଶ୍ବାସ ଦେଇ ଆଜି, ଯିଏ ନିସ୍ପେଷିତ,
ସମ୍ମାନ ଦେଇ ଆଜି, ଯିଏ ଅସମ୍ମାନିତ,
ସମର୍ପଣ କରି ଆଜି, ଯିଏ ନିଜେ ସମର୍ପିତ,
ସେ ତ ଅଟେ,ମୋ କୃଷକ,ଗାଁ କୃଷକ
ଆଶାର ଆଲୋକ,ଦେଶର ରକ୍ଷକ,ମୋ କୃଷକ।।
ଜିତେନ୍ଦ୍ର କୁମାର ଶତପଥି
ବୈଦ୍ୟସାହି,ଗୁଣପୁର
ଜିଲ୍ଲା-ରାୟଗଡା,ଓଡିଶା।
ଯୋଗାଯୋଗ-୯୦୪୦୨୫୫୯୪୮
0 Comments