''' କୃଷକ '''
ଯାହାର ବିନା ଏ ଜୀବନ ଧାରଣ
ସମ୍ଭବ ନୁହେଁ ଏ ମହୀରେ,
କି 'ଗୁଣ ଗାଇବି ସେ ଜୀବନଦାତାର
ଯେତେ ବଖାଣିଲେ କେବେ ନ ସରେ ।
ଆଜନ୍ମ ମରଣ ସେବୁଥାଏ ନିତି
କୋଟି କୋଟି ପ୍ରାଣୀଙ୍କର,
ନିଜେ ଦୁଃଖେ,ଶୋକେ କାଟୁଥାଏ ଦିନ
ନ ଦିଏ ଦୋଷ ସେ କାହାର ।
ଧନ୍ୟ ଏ ଜଗତ ଧନ୍ୟ ଏ ଜୀବନ
ତା'ସମ କେ ନାହିଁ ଏଇ ଧରାର ।
ତା ବିନୁ କି ପ୍ରକାରେ ଏ ତନୁ ,ସୈ।ନ୍ଦଯ୍ୟ ବଢ଼ିବ,
କୁସୁମିତ ହେବ ରୂପରେଖର ।
ଲାଞ୍ଛିତ,ଦଳିତ, ତଥାପି ସେ ହୁଏ
ବଞ୍ଚିତ ସେ ହୁଏ ନ୍ୟାୟ ସମ୍ମାନେ
ବୁଝୁଚି କିଏ ତା ମରମ ବେଦନା
ମିଛେ ସହେ ଖାଲି ସେ ପ୍ରବଞ୍ଚନା ।
ଅଭାବ ବିକ୍ରୀକୁ ଦଲାଲି ସହେ ସବୁରି
ସହଯୋଗ ବିନା ତିଷ୍ଠି କେ ରହିଛି,
ପରିଶ୍ରମ ମୂଲ୍ୟ ପାଇଲେ ସିନା ସେ
ବଞ୍ଚିବ ବେଉସା.., କିଏ ବୁଝୁଛି ?
ପେଟକୁ ଦାନା ଓ ପିଠିକୁ କନା
ଯୋଗାଇବ ସେ ଠିକ ସମୟେ
ଏ କୁଳ ବୁଡ଼ିଲେ ସଭିଏଁ ବୁଡ଼ିବେ
ଅନ୍ନ ପ୍ରାପତରୁ ହେବେ ବଞ୍ଚିତ ।
ନ ହଟିବି କେବେ ମୋ କର୍ତ୍ତବ୍ୟ ପଥରୁ
ବଞ୍ଚଥିବା ଯାଏ ଜୀବ ଜୀବନ,
ଦେଶ ସେବକଟେ ନ ହେଲେ ନାହିଁ
ମୁଁ ଏ ଦେଶର ଅନାବିଳ କୃଷକ ।
କ୍ଷୀରେଶ୍ୱରୀ କିଷାନ
କୁମ୍ଭାରଡିହି
ବଣେଇ
ସୁନ୍ଦର ଗଡ଼
0 Comments