କୃଷକ

ରାଗ_ଚୋଖି

ହୁଅନ୍ତେ ଗ୍ରୀ ସମ ଶେଷ ବର୍ଷା ଋତୁ ପରବେଶ
   ଆନନ୍ଦରେ ଚଷା ପୁଅ ହୋଇ ବିଭୋର
ଉଠି ସକାଳୁ ସହଳ ସଜାଡି ହଲ ଲଙ୍ଗଳ
   ଚଳଇ କ୍ଷେତକୁ ଧରି ବିହନ ଭାର
   ଗାଇ ମନ ଆନନ୍ଦେ ଗୀତ
ଉଠିଆ କରେ କ୍ଷେତକୁ କରି ନିହତ।
ଧନ୍ୟ ତୁରେ ଚାଷୀ ଭାଇ ଦେଶ ମେରୁଦଣ୍ଡ ତୁହି
  ଖରା ବର୍ଷା ଶୀତ ସହି ତୁ ଦିନ ରାତି
ହେଉ କର୍ମେ ଅଗ୍ରସର ନ ହୋଇ ତିଳେ କା ତର
  ତୋ ଲାଗି ସିନା ବଢିଆ ମଣିଷ ଜାତି
ସହି ତୁହି କେତେ କଷଣ
ସବୁରି ପାଇଁ ଆନନ୍ଦ କରୁ ବର୍ଷଣ।
ଆରେ ମୋର ଚଷା ଭାଇ ତୋର ପଟାନ୍ତର ନାହିଁ
  ଦୁନିଆ କୁ ଯୋଗା ଉଛୁ ତୁହି ଆହାର
ଜଗତର ହିତକାରୀ ନାହିଁ କିଏ ତୋର ପରି
ପରକୁ କୁ ତୁ ପୋସୁ ନିଜେ ଖାଇ ପ୍ରହାର
   ସର୍ବଜନ ନାଟିକା ତୁହି
ଧରି ନ ପାରିବେ ପ୍ରାଣ ତୋ ବିନେ କେହି।
ନିଗାଡି ଦେହୁଁ ରକତ ପାଳିଲୁ ଯେବେ ଜଗତ
ଚୀର ରୁଣୀ ତୋ ନିକଟେ ମଣିଷ ଜାତି
କରୁଛୁ ଏହି କାମନା ନ ହୋଇ ତିଳେ ବିମନା
  ଜଗତ ଜଣଙ୍କ ର ତୁ କରି ଉନ୍ନତି
     ଏ ଜାତି ର ତୁହି ଭରସା
ତୁ ଋଷିଲେ ଅନ୍ଧକାର ହୋଇବ ରସା।

ବିଜୟ କୁମାର ସ୍ବାଇଁ ,ଶିକ୍ଷକ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶଙ୍କର ପୁର କଟକ।
୯୧୭୮୮୭୧୨୩୮