କୃଷକ
------------------------------
ଧନ୍ଯ ଧନ୍ଯ କୃଷକ ବନ୍ଧୁ
ଧନ୍ଯ ତାଙ୍କ ଅବଦାନ
ଆମ ପାଇଁ ନୁହେଁ ମାନଵ
ଦେଵତାଠୁ ଗରୀୟାନ
ଜୀଵନପାତ୍ର ଆମ ପୂର୍ଣ୍ଣ କରନ୍ତି
ଦେଇ ଆମ ମୁହଁରେ ଆହାର ।
ନିତିଦିନ ଚଲାବାଟେ
ସଂଜରୁ ସକାଳଯାଏ
ଵିନା ଆଶରାରେ ହସ୍ତେ ଯଷ୍ଠି
ଧରି
ଚାଲିଥାନ୍ତି ସଦା ପଥ
ଆମ ପେଟକୁ ଦାନା ଯୋଗା
ଇଵା ପାଇଁ
ଲକ୍ଷ୍ୟହୀନ ,ଚିନ୍ତାହୀନ ହୋଇ
ଖଟୁଥାନ୍ତି ନିତି।
ରକ୍ତକୁ ପାଣି କରି
ଖରାବର୍ଷା ଶୀତ କାକରରୁ
ଖାତିର ନ କରି,
ଦେହକୁ ପାଷାଣ ସଜେଇ ,
ଵିଲରେ ଧାନ ଵିହନ ଵୁଣି
ଚାଷ କୂଳ କରନ୍ତି ଅନୁକୂଳ
ତାଙ୍କ ତ୍ୟାଗ ଅଵଦାନରେ
ଆମେ ଆନନ୍ଦ ଉଲ୍ଲାସେ ଵିତାଉ
ଜୀଵନ।
ଵିଲକୁ ଘର ମଣି
ସଵୁ କଷଣକୁ ସହିଯାନ୍ତି
ନିଃଦ୍ଵନ୍ଦରେ
ଅହୋରାତ୍ର ସୁନାର ଫସଲର
ସ୍ବପ୍ନ ଦେଖି
ନିଜେ ମୁଠାଏ ପଖାଳରେ ଭୋକ
ମେଣ୍ଟାନ୍ତି
ଆନନ୍ଦ ଉଲ୍ଲାସେ ସହ ପିଠାପଣା
ରେ
ଵିତିଯାଏ ସିନା ଆମର ଦିନ
ଲୁହକୁ ସାଥି କରି କଟେ ତାଙ୍କ
ଜୀଵନ।
ଚାଷୀର ଦୁଃଖ ଵୂଝୁଛି କିଏ ?
ଭାଗ୍ୟକୁ ଆଦରି ସଵୁ ସହିନିଏ
ଉନ୍ନତ ଫସଲ କରିବା ପାଇଁ କି
ରକତ ଦେଇ ଖଟୁଥାଏ
ଋଣର ବୋଝରେ ହୁଏ ଯେଵେ
ହତାଶ
ଆତ୍ମହତ୍ୟା ତାର ପ୍ରେମର ରୂପ
ନିଏ
ଜୀଵନର ଶେଷ ରାସ୍ତା କୁ
ଆପଣାର କରି ନିଏ।
ଯନ୍ତ୍ରଣା ଓ ଯାତନାର ଵୋଝକୁ
ମୁଣ୍ଡାଇ
ଖାଲିପାଦେ ଚାଲୁଥାଏ
କଣ୍ଟକିତ ପଥରେ ବହୁବାର
କ୍ଷତାକ୍ତ ହୁଏ
ସାହୁକାର ଶୋଷଣର ମହାଯଜ୍ଞ
ନାଦେ
ବଳିପଡିଯାଏ ନିର୍ଵିଵାଦେ
ନିର୍ଦ୍ଦୋଷ ପାଗଳି ଆହୁରି
ନୀରିହ
ନା ଥାଏ ସମାଜରେ କ୍ଷାତି ନା
ଖାତିର।
ଅଭାଵ ଅନଟନର ତୀଵ୍ର
ତାଡନାରେ
ସାଜିଯାଏ ଅଵାଞ୍ଚିତ, ନିସଙ୍ଗ
ପଥିକଟିଏ
ତା ଅଭାବି ସଂସାରକୁ ଦେଖିଲେ
ଦିଶିଯାଏ ଅନିଶ୍ଚିନ୍ତତାର ଭସା
ବାଦଲ
ପୁଅର ପାଠପଢା ,ସ୍ତ୍ରୀ ର
ଶାଢିକିଣା
ମା'ର ଔଷଧ ଖାଇ ଗୋଡାଏ
ଫିକା ପଡିଯାଏ ସଵୁ ଆଶା।
ସଵୁ ଦୁଃଖ କୁ ସାଥି କରି ପଥ
ଚାଲେ
ସ୍ଵପ୍ନ ସଵୁ ଅଧୁରା ରହିଯାଏ
ଝାଳୁଆ ଦେହରେ ଛିଣ୍ଡା ଗାମୁଛା
ପକାଇ
ଵାଟ ଚାଲିଵା ଵେଳେ
ଭାଵେ ଦୁଃଖ ତା'ର କପାଳ
ଲିଖନ
ସୁଖ ସୁଦୂର ସହର
ସଵୁ ପରେ ବି ସମସ୍ୟା କୁ ସାଥି
କରି
ଲଢିଥିଲେ ଅବିରତ।
ଧନ୍ୟ କୃଷକ ତୁମେ ଧନ୍ୟ
ତୁମ ଅବଦାନ
ପ୍ରଭୁଙ୍କ ରଥ ଅନୁକୁଳ ହୁଏ
ତୁମେ ଅକ୍ଷିମୁଠି ନେଇ
ଧାନ କ୍ଷେତକୁ ଵୁଣିବାକୁ ଯେଵେ
ଯାଅ
ବଡଦାଣ୍ଡେ ଥରେ ଵସି
ଭାଇ ଭଉଣୀ କୁ ସାଥେ ଘେନି
କାଳିଆ ମୁରୁକି ମୁରୁକି ହସେ ।
ତେଜସ୍ଵିନୀ ସାମଲ
ରାଜକନିକା ,କେନ୍ଦ୍ରାପଡ଼ା
0 Comments