କୃଷକ

ଖରା ଵରଷା ଶୀତ କାକର
       ସହି ଥର କୁ ଥର
ଯୋଗାଇ ଦିଏ ଖାଦ୍ୟ ଶସ୍ୟ
      ନ ରଖି ଆପଣା ପର
ଧୂଳି ମାଟି ରେ ଘାଣ୍ଟି ହୋଇ
     ଫଳାଏ ଶସ୍ୟ ନା ନା
ତା ର ପରଶେ ସବୁଜ ଦିଶେ
     ପଡିଆ ଜମି ମାନ
ସୂରୁଯ ଉଠେ କ୍ଷେତ କୁ ଯାଏ
     ସୂରୁଯ ଡୁବିଲେ ଆସେ
ଦିନ ସାରା ସେ ଶ୍ରମ କରେ
     କୃଷି କୁ ବ୍ରତ ମଣେ
ଧାନ ଗହମ ଯଅ ଵାଜରା
     ଭଳିକି ଚାଷ କରେ
ବିକି ତାହାକୁ କୁଟୁମ୍ବ ପ୍ରାଣୀ
    ଆନନ୍ଦେ ଚଳାଇ ଥାଏ
ଓଳିଏ ଖାଇ ଉପାସେ ରହି
   ନିରନ୍ତର ଶ୍ରମ କରେ
ପଡିଆ ଜମି ଶ୍ୟାମଳା ଦେଖି
    ତା ପେଟ ଟି ପୁରି ଯାଏ
ପ୍ରାଣୀ ଜଗତ ନିର୍ଭର ଶୀଳ
     ଚାଷୀ ର ଚାଷ ଉପରେ
ନ ଥିଲେ ଯେ ଜୀବ ଜଗତ
   ଅନାହାରେ ମରିଥାନ୍ତେ

ଲଲାଟେନ୍ଦୁ ବାରିକ
ଭଦ୍ରକ, ବାସୁଦେବପୁର