---------   ରାକ୍ଷୀ ----
ରେଶମୀର ଡୋର ବାନ୍ଧିଲି ହାତରେ 
ଶାଶ୍ୱତ ସମ୍ପର୍କ ଏଇ ଆମର 
ବିପଦ ବେଳେ ତୁ ସାହା ହୋଇବୁ 
କରିବୁନି କେବେ ପାଖରୁ ଦୂର ।

ଦୁଇ ଖିଅ ସୂତାର ସେ 
ସେନେହର ବନ୍ଧନ 
ଦୂରେ ଥାଇ ଖୋଜେ ମନ 
ତୋତେ ରାତିଦିନ ।

ସ୍ନେହ ପ୍ରେମ ଭକ୍ତି ଭାବେ
ସମ୍ପର୍କ ଏ ନିଆରା 
ବରଗଛ ଛାଇ ପରି 
ସଦା ଦେଉଥିବୁ ଆଶରା ।

ମାନ ଅଭିମାନ ଯେତେ 
ଦିଏ ରାକ୍ଷୀ ଦୂରେଇ 
ଦୀର୍ଘ ଆୟୁ ପାଇଁ ତୋର 
ପ୍ରଭୁଙ୍କୁ ଯେ ମାଗଇ ।

ତୁ ମୋହର ବଳ ପୁଣି
ସାହସ ଓ ବିଶ୍ୱାସ 
ଦେଉଥିବୁ ମୁଖେ ହସ 
କରିବୁନି ନିରାଶ ।
💐💐💐💐💐
ପ୍ରିୟଦର୍ଶନୀ ମହାପାତ୍ର 
ଶିକ୍ଷୟିତ୍ରୀ
ନୟାଗଡ