...କୃଷକ...
ମୁଁ ଯେ ଚଷା ପୁଅ ନାମ ମୋ କୃଷକ
ମୁଁ ଯେ ଅଟେ ଆମ ଦେଶର ରକ୍ଷକ ।
ମୁଁ ଯେ ଚଷା ପୁଅ ଚାଷ ମୋର କାମ
ସଭିଙ୍କୁ ଶସ୍ୟ ଯୋଗାଇ ରଖେ ଏ ଦେଶ ନାମ ।
ମୁଣ୍ଡରେ ପଗଡ଼ି ବାନ୍ଧି କରେ ମୁଁ ହଳ
ବାଡ଼ିରେ ମୁଁ ଲଗେଇଛି କେତେ ଜାତିର ଫଳ ।
ମୁଣ୍ଡର ଝାଳ କୁ ମୁଁ ତୁଣ୍ଡରେ ମାରି
ପାରେନା ସଂସାର ଦୁଃଖରୁ ହେବା ପାଇଁ ପାରି ।
ହେଇଥାଉ ପଛେ ମୋତେ ଯେତେ ରୋଗ
ଆସିଥାଭ ଯଉ ପାଗ ବିଲକୁ ମୁଁ ଯାଏ ଆଗ ।
ମନ ମୋ ପୂରିଯାଏ ଦେଖି ସୁନେଲି ଖେତକୁ
ସୁନାର ଫସଲ ଯୋଗାଉଥିବି ଭାରତ ମାତାକୁ ।
ଖରା , ବରଷାକୁ ନାହିଁ ତ ମୋର ଡର
ପରିଶ୍ରମ କରି ଚାଲୁଥିବି ମୁଁ ବାରମ୍ବାର ।
ସଂସାରେ ମୋର ଦୁଃଖ ଅତି ଆପଣାର
ଘର ମୋର ଛପର ପାଣି ଝରେ ସରସର ।
ଜୟ ଯବାନ ,ଜୟ କିଷାନ ରହିଛି ନାରା
ହେଲେ କେହି ଦିଅନ୍ତିନି ଚାଷୀକୁ ସାହାରା ।
ବ୍ୟାଙ୍କ ଋଣ ସୁଝି ସୁଝି ହୁଏ ମୁଁ କାଙ୍ଗାଳ
ବାଧ୍ୟ ହୋଇ ଆସି ଯାଏ ମୋ ଆତ୍ମହତ୍ୟା ବେଳ ।
ଚାଷୀ ଭାଇର ଦୁଃଖ କିଏ ଅବା ବୁଝିବ
କୃଷକ ଯେ ମେରୁଦଣ୍ଡ କେବେ ଏ ଦେଶ ଜାଣିବ ।
ଆମେ ସିନା ଖଟି ଖଟି ମରିଯାଉ ବିଲରେ
ବ୍ୟବସାୟୀ ଶୁଖିଲାରେ ଲାଭ ନିଏ ଆନନ୍ଦରେ ।
କବି :- ହରିଶ୍ଚନ୍ଦ୍ର ହେମ୍ବ୍ରମ୍ ( ଶିକ୍ଷକ )
ସା:-ଡଙ୍ଗିରା , ପୋ:- ବର୍ତ୍ତନା
ଭାୟା :- ବେତନଟୀ , ଜିଲ୍ଲା :- ମୟୂରଭଞ୍ଜ
ଭ୍ରାମ୍ୟଭାଷ :- ୭୦୦୮୫୪୮୩୩୭
0 Comments