ନାରୀ ସଶକ୍ତିକରଣ
🌸🌸🌸🌸🌸🌸
ନ -ଅରୀ "ନାରୀ" ଦୁଇଟି ଅକ୍ଷରି ନୁହଁଇ ସାମାନ୍ୟ ଶବ୍ଦ।
ସଂସାର ର ଚକ ଚାଲିଛି ତା ପାଇଁ, ତା ବିନା ସବୁ ନିସ୍ତବ୍ଧ।

ଅବଳା ନୁହେଁ କି ଦୂର୍ବଳା ନୁହେଁ ସେ ଦୟା ମୟି ବିଶ୍ଵ ରୂପା,
ଶକ୍ତି ସ୍ୱରୁପିଣି ମମତା ରୂପିଣି ଜଗତ ଜଣେ ତା କୃପା।

ଶକତି ତାହାର ଅଟଇ ଅପାର କିଏ ବା ପାରିବ କଳି,
ଯାତନା ସହି ସେ ଜଗତ କୁ ପାଳେ କଷଣ ବହ୍ନି ରେ ଜଳି।

ପ୍ରେମ ସୁହାଗିନି ଗରଭ ଧାରିଣୀ,ଭଗିନୀ,ପତ୍ନୀ ଓ ଜାୟା,
କେତେ ରୂପ ଧରି ବିଶ୍ଵ ଜଗତ କୁ ହେଉଥାଏ ସଦା ସାହା।

ସଂଘର୍ଷ ବଳେ ସେ ସଂସାର ରଚିଛି ଅସରା କଷଣ ସହି,
ଶକ୍ତି ବଳେ ସେ ଯେ ଶତ୍ରୁ ସଂହାରିଛି ତାକୁ ଦୁର୍ବଳ ନ ମଣ କେହି।

ତେଜସ୍ଵୀନୀ ସେହି ଅନନ୍ୟ ପ୍ରତିମା ଶକ୍ତି ମୟୀ ଦଶଭୂଜା।
ମର୍ଯାଦା ଦିଅ ରେ ହେ ମୂଢ ମାନବ, ସମ୍ମାନେ କର ତା ପୂଜା।

ପାଠୁଆ ପୁରୁଷ ରୋଜଗାର କରି କୁଟୁମ୍ବ ଙ୍କୁ ସିନା ପୋସେ,
ଶିକ୍ଷିତ ନାରୀ ଟି ବିଦ୍ୟା ଦାନ କରି ସମାଜରୁ ମୂର୍ଖ ନାଶେ।

ନାରୀ ଅବଦାନ ସଂସାରେ ମହାନ ଏକଥା ସଭିଙ୍କୁ ଜଣା।
ନାରୀ ହସ୍ତ ସ୍ପର୍ଶେ ସଂସାର ହସୁଛି ବାଜେ ସ୍ୱନ୍ଦର୍ଯ୍ୟ ର ବୀଣା।

ଆସରେ ସଭିଏଁ ସଜାଗ ହୋଇବା ନାରୀକୁ ସମ୍ମାନ ଦେବା,
ପରିବାର,ଗ୍ରାମ,ରାଜ୍ୟ ଓ ଦେଶ କୁ ପ୍ରଗତି ପଥରେ ନେବା।

କୁ ସଂସ୍କାର ଯେତେ ମନୁ ଦୁରାଇବା ସଚେତନ ଟିକେ ହୋଇ,
ସଶକ୍ତ କରିଣ ନାରୀ ସମାଜ କୁ ଦେଶକୁ ନେବା ଆଗେଇ।

ଶକ୍ତି ସ୍ୱରୂପା ସେ ଶତ୍ରୁ ନାସିକା ସେ ଜଗତ ସମ୍ରଜ୍ଞି ବିରା,
ନାରୀ ନୁହେଁ ସେତ ନାରାୟଣୀ ରୂପା ହୃଦ ତା ଅମୃତ ଝରା।

ଗୁଣ ଗାରିମା ତା କି କହିବି ଆଉ ବାକ୍ୟ ନାହିଁ ମୁଖେ ମୋର।
ଯଜ୍ଞାଶିନୀ ସେହି ଶକ୍ତି ପାଦ ପଦ୍ମେ କୋଟି କୋଟି ନମସ୍କାର।🙏🙏


ଜୟନ୍ତୀ ବେହେରା
ମାହାଙ୍ଗା କଟକ