*ନାରୀ ସଶକ୍ତୀକରଣ*
          
                

ଅବଳା ନୁହଁଇ ନାରୀ,
  ପୁରୁଷ ପ୍ରଧାନ ସମାଜେ
     ବିକଶିତ ପ୍ରତିଭାଧାରୀ ।
      ଶକ୍ତି ରୂପିଣୀ,
        ସାମର୍ଥ୍ୟଦାୟିନୀ,
         ଜନନୀ, ଜାୟା ଓ ଭଗିନୀ ।
           ସେତ ଅଟଇ ଘରର ଶିରୀ ।
ନାରୀ ଜାଗରଣ,
  ତାହାଙ୍କ ସମ୍ମାନ,
    ସାମର୍ଥ୍ୟ ପ୍ରଦାନ,
      ମିଶନ ଶକ୍ତି,
        ସ୍ୱୟଂ ସହାୟକ
          ଦଳ ଗଠନ ।
           ଲାଞ୍ଛନା ତ୍ୟାଗକରି
         ଶିକ୍ଷାର ଆୟୁଧ ଧରି,
        ଆତ୍ମନିର୍ଭରଶୀଳ,
      ଆତ୍ମରକ୍ଷା କୌଶଳ,
   ଋଢ଼ିବାଦ ଚିନ୍ତାଧାରା
ପୁରୁଷ ସମାଜର,
   ପ୍ରତିହତ କରି
    ସୃଷ୍ଟି କରିଛି ଆଜି
      ନାରୀ ସଶକ୍ତିକରଣ।

ଅବଳା ନୁହଁଇ ନାରୀ,
ପୁରୁଷ ସହିତ
   ସମକକ୍ଷ କରି,
     ଶିକ୍ଷା, ଯୋଗ୍ୟତା ,
       ପ୍ରତିଭା, ମାନସିକତା।
         ଆଜିର ନାରୀ,
          ଜ୍ଞାନୀ,ଦୂରଦୃଷ୍ଟିକାରୀ ।
   କରିବାରେ ପଣ,
     ଦେବାରେ ସମ୍ମାନ,
       ପ୍ରତିବର୍ଷ ମାର୍ଚ୍ଚ
         ଆଠ ତାରିଖ ଦିନ
          କରିବା ପାଳନ......
          'ବିଶ୍ଵ ନାରୀ ସଶକ୍ତୀକରଣ ।'

********************

    ଅମୂଲ୍ୟ କୁମାର ଦାଶ
ବିଜ୍ଞାନ ଶିକ୍ଷକ, ଆସିକା, ଗଞ୍ଜାମ
📞୯୮୬୧୬୬୩୭୪୫