ନାରୀ ସଶକ୍ତୀକରଣ
*************************************
ଅନେକ ରୂପରେ ଯୁଗ ଯୁଗ ଧରି
ନାରୀଙ୍କର ଅବସ୍ଥାନ
କେତେବେଳେ ମାଆ କେବେ ସେ ଭଗିନୀ
ଜାୟା ରୂପେ ପାଏ ସ୍ଥାନ।।
ସ୍ନେହ, ମମତାର ଜଗତ କଲ୍ୟାଣୀ
ଥାଏ ବିଶାଳ ହୃଦୟ
ଅଧୁନା ଯୁଗରେ ସେହି ନାରୀ ଆଜି
ଭୋଗୁଛନ୍ତି ପରାଜୟ ।।
ବାର୍ଦ୍ଧକ୍ୟ କାଳରେ ବୃଦ୍ଧା ଆଶ୍ରମରେ
ଵିତାଏ ଜୀବନ ନିତି
କେତେ ଯେ ଭଗିନୀ ଧର୍ଷିତା ସାଜନ୍ତି
ନାହିଁ ତାର ଆନଗତି ।।
ନାରୀକୁ ଭାବନି ଅବଳା ଦୁର୍ବଳା
ନାରୀ ଅଟେ ନାରାୟଣୀ
ଯୁଗ ଯୁଗ ଧରି ଧରଣୀ ବକ୍ଷରେ
ଶକ୍ତି ରୂପା ସ୍ୱରୁପିଣୀ ।।
ନାରୀ ବିନା ଆମ ସଂସାର ଅଚଳ
ନ କର ହେ ; ନିର୍ଯ୍ୟାତନା
ଲାଞ୍ଛିତ,ପୀଡ଼ିତ, ଶୋଷିତ,କୁକାର୍ଯ୍ୟେ
ନ ଦିଅ ଦୁଃଖ ଯାତନା ।।
ଡମ୍ବରୁଧର ବେହେରା
ନବୋଦୟ ବିଦ୍ୟାଳୟ
ଗଞ୍ଜାମ(ଓଡ଼ିଶା)
0 Comments