ନାରୀ ସଶକ୍ତିକରଣ
🌸🌺🌸🌺🌸🌺🌸🌺🌸
ଧରିତ୍ରୀ ପରି ଉଦାର ସେ
ଆକାଶ ପରି ବିଶାଳ ସେ
କଅଁଳ ଖରାର ଉଜ୍ଜ୍ୱଳ ସେ
ମେଘର ପହିଲି ପରଶ ସେ
ଘାସ ପରି ସେ ଅଟେ ଶାଗୁଆ
ଆକାଶ ପରି ସେ ଅଟେ ନେଳିଆ
ଦୁଃଖ ଭରା ଅଟେ ତା ଜୀବନୀ
କହିକେ ପାରିବ ତା ଆତ୍ମକାହାଣୀ
କେବେ ସେ ମମତାମୟୀ
କେବେ ମଧୁଭରା
କେବେ ବୁଣେ ବିପ୍ଳବର ବୀଜ
ସମ୍ପୂର୍ଣ୍ଣ ସମାଜ ସାରା
ତଥାପି ସେ ସହନଶୀଳା
ଉଦାରମୟୀ ସର୍ବଂସହା
ତେଣୁ ସେ ନାରୀ ....
💐💐💐💐💐💐💐
ପ୍ରିୟଦର୍ଶନୀ ମହାପାତ୍ର
ଓଡ଼ଗାଁ
ନୟାଗଡ଼
0 Comments