ନାରୀ ସଶକ୍ତିକରଣ
ତୁମେ ତ ଜନନୀ ତୁମେ ତ ଜା ୟା
ତୁମେ ତ ଭଗିନୀ
ତିନି ରୂପେ ତୁମ କାୟା।
ଧରିତ୍ରୀ ରୂପରେ ପାଳୁଛ ମହୀ
ଜନନୀ ଭାବରେ ପାଳୁଛ ଆମକୁ
କେତେ ଯେ କଷଣ ସହି।
ତୁମ ଯୋଗୁଁ ସୃଷ୍ଟି ଚାଲୁଛି ସୁଖେ
ସାହା ହୁଅ ତୁମେ
ସୁଖେ ବା ଦୁଖେ
ସବୁରି ବଦନେ ଫୁଟାଇ ହସ
ସିଞ୍ଚି ଦିଅ ତୁମେ ପୀୟୂଷ ରସ
ନାରୀ ରୂପେ ନାରାୟଣୀ ସାଜି ଚ
ସଭିଙ୍କୁ ନିଜର ପୁତ୍ର ଭାବିଚ।
ଦୂର୍ବ ଲା ଅବଳା ନୁହଁଇ ନାରୀ
ଦୁର୍ଗା ରୂପେ ସିଏ ମହିସା ମାରି
କାଳୀ ରୂପେ ଅବତୀର୍ଣ୍ଣ ହୋଇଛ
ଧରା ଧାମୁଁ ପାପୀ ନାଶ କରିଛ।
ମାଆ କୁ ସମ୍ମାନ ଦେଇଛି ଯିଏ
ସବୁ କାର୍ଯ୍ୟ ରେ ତା ବିଜୟ ହୁଏ।
କାପୁରୁଷ ସିଏ ଯିଏ ନାରୀକୁ
ସମ୍ମାନ ନ ଦିଏ ନାରୀ ଜାତି କୁ।
ନାରୀ ହେଲେ ଶକ୍ତ ଦେଶ ଓ ଜାତି
ପ୍ରତି କ୍ଷେତ୍ରେ ଜାଣ ହେବ ଉନ୍ନତି।
କୋଟିଏ କଣ୍ଠରେ ଗୋଟିଏ ସ୍ୱର
ନାରୀ ସଶକ୍ତିକରଣ
ଏହି ମନ୍ତ୍ର ସଭିଙ୍କର ।
ବିଜୟ କୁମାର ସ୍ବାଇଁ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶଙ୍କର ପୁର କଟକ।୯୧୭୮୮୭୧୨୩୮
0 Comments