::-ଗୁରୁ ହିଁ ଈଶ୍ୱର ::
       """"""""""""""''
ଗୁରୁବ୍ରହ୍ମ ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ବର
ଗୁରୁସାକ୍ଷାତ ପରଂବ୍ରହ୍ମ ତସମେଶ୍ରୀଗୁରୁବେନମଃ।।
ଗୁରୁ ଶିକ୍ଷାଦାତା ଗୁରୁ ମୁକ୍ତିଦାତା
ଗୁରୁ ମୋ ପିତା ମାତା
ଗୁରୁ ପାଦପ୍ରଦ୍ମମେ ମଥାନଇଁଥାଏ
ଦେଖି ତାଙ୍କ ମହାନତା ।।

ଅଜ୍ଞାନ ଫେଡ଼ିଲ ଜ୍ଞାନ ଦେଇ ମୋର
ଧରି ହସ୍ତ ଆହେ ଗୁରୁ
ଜୀବନ ବାଟରେ ଯାହାମୁ କରିଛି
ସବୁ ହିଁ ତୁମ ଶିକ୍ଷାରୁ ।।

ତୁମରି ସେହ୍ନରେ ତୁମ ଶାସନରେ
ଦେଖିଲି ଆଲୋକ ପଥ
ଶୁଣାଇଲ କେତେ ନୀତି ଶିକ୍ଷା ବାଣୀ
ଗଢିଲ ମୋ ଭବିଷ୍ୟତ ।।

ରୁଣୀ କରିଛ ହେ ଗୁରୁଦେବ ମୋର
ବିଦ୍ୟା ଭଣ୍ଡାରକୁ ଖୋଲି
ନିଷ୍ଟାଚାର ସହ କର୍ତ୍ତବ୍ୟ କରିଛ
ଛାତ୍ର ଯେ ତୁମର ବୋଲି ।।

ଗୁରୁ ବନିବାକୁ କହିବାରୁ ତୁମକୁ
ଅଣଦେଖା ମୋତେ କଲ
ହସ୍ତିନାପୁରର ରାଜ ଉଆସରୁ
ଖସିପଡିବ ତୁମ ସ୍ୱପ୍ନ ଭାବିଲ ।।

କିଏ ନେବ କାଳେ ଚୋରେଇ ତୁମର ମହାନ୍
ଗୁରୁ ଗୌରବର ଦ୍ରୋଣାଚର୍ୟ୍ଯ ପଦ
ନ କରି ଗୁରୁଶବ୍ଦ ଭେଦୀ ବାଣ ଫେସି ଦେବି ବୋଲି
ରଚିଦେଲ ଚକ୍ରାନ୍ତ ଏହି କଣ ପଦ ।।

ଉଚ୍ଚଜାତି ସଙ୍ଗେ ଜିତିଯିବି ବୋଲି
ମାଗିନେଲ ଗୁରୁ ଦକ୍ଷିଣା
ସତ୍ୟ ରକ୍ଷାକରି ଏକଲବ୍ୟ ମୁଁ ସମର୍ପିଲି
ବୁଢା ଆଙ୍ଗୁଠି ଏହି ଗୁରୁ ଦକ୍ଷିଣା ।।

ତଥାପି କହୁଛି କହିବୁଲୁଥିବୁ 
ଗୁରୁ ହିଁ ମୋର ଈଶ୍ୱର
ଜିତିବା ହାରିବା ଜୀବନ କ୍ଷେତ୍ରରେ
ଗୁରୁ ହିଁ ଦ୍ୱିତୀୟ ଠାକୁର ।।

ଜୀବନ୍ତ ଈଶ୍ୱର ଘରେ ମୋ ଅଛନ୍ତି
ପିତା ମାତା ବଡ଼ ଠାକୁର
ଜନମ ଦେଇସେ ଲାଳନ ପାଳନ
ଦିଅନ୍ତି ଫୁଣି ସେ ଆହାର ।।

ଭୋକ ଉପାସରେ ଡାକେ ମନ୍ଦିର ସାମ୍ନାରେ
ନ ଦିଅନ୍ତି ଉତ୍ତର କେଇ
ପିତା ମାତା ଡାକି ଯେବେ ମୁଁ ଆସଇ
ଆସନ୍ତି ପାଖକୁ ଧାଇଁ ।।

ଦୁଃଖରେ ସୁଖରେ ଅଛନ୍ତି ପାଖରେ
କାହାକୁ ଦେଖିନି କେବେ
ଯାହାମୁ ମାଗିଛି ତାହାମୁ ପାଇଛି
ଲୁହ ମୋ ଆସିନି କେବେ ।।

ଜନମ ଦାତା ମୋ ପିତା ମାତା ଈଶ୍ୱର
ଜ୍ଞାନ ଦାତା ମୋର ଗୁରୁ
ମୋ ଜୀବନ ଶେଷ ଯାତ୍ରା ପର୍ୟ୍ଯନ୍ତ
ଏ ଆଖି ତାଙ୍କୁ ଝୁରୁ ।।
----------୦---------
ଅଭିମନ୍ୟୁ ପ୍ରଧାନ
ଶକୁନ୍ତଳାପୁର,ବଡ଼ଚଣା,ଯାଜପୁର