:-ଗୁରୁ ହିଁ ଈଶ୍ବର ::
ଯେପରି କି ଗଙ୍ଗା କେବଳ ମାତ୍ର
ଏକ ସାମାନ୍ଯ
ଜଳ ଧାରା ବା ନଦୀ ନୁହେଁ
ସେ ଅଟେ ଭାରତର ଆତ୍ମା।
ସେହି ପରି ଗୁରୁ ୟେ ସମାଜରେ
ରକ୍ତ ମାଂସ ହାଡର
ସାଧାରଣ ମଣିଷ ଟିଏ ପରି
ଦିଶୁ ଥିଲେ ବି
ଅସାଧାରଣ ବ୍ଯକ୍ତିତ୍ବର
ବ୍ଯବହାରିକ ପ୍ରମାଣ।
ଜଟିଳ ଜ୍ଞାନ ଜଞ୍ଜାଳର
ସହଜ ସମାଧାନ
ପତିତପାବନ.....
ସେ ଅଟନ୍ତି ଦେହବନ୍ତ ଦେବାତ୍ମା ।
ଗୁରୁ ଶବ୍ଦ ହିଁ
ଶବ୍ଦ କୋଷର ଶବ୍ଦ ମାନଙ୍କ ଭିତରେ
ସବୁ ଠାରୁ ଭାରି ମହାନ
ଗୁରୁଙ୍କ ଶିକ୍ଷାରୁ ବାକି ଶବ୍ଦକୁ
ମିଳିଥାଏ ମୂର୍ତ୍ତ ରୂପ ଆଉ ଜୀବନ
ସେ ମାନବତାର ଅନାବିଳ ରତ୍ନ
ଉଦାରତାର ସୁରୁଜ ଉଦିୟମାନ
ଜାତି,ଧର୍ମ,ଦ୍ବୋଷର ଉର୍ଦ୍ଧରେ
ରହି ଥାଏ,ସଦା ତାଙ୍କ ମନ ଚଇତନ
ବିଦ୍ଯା ବିଷାରଦ ଅଟନ୍ତି ସେ
ବିବେକୀ ମହାତ୍ମା ବିରଳ ଜନ।
ଗୁରୁ ଦିଗହରା ଦିମାଗ ପାଇଁ
ସରଳ ବାଟ ଆଣି ଦିଏ
ଗୁରୁ ଦୃଷ୍ଟିହୀନ ଆଖି ପାଇଁ
ଲକ୍ଷ ପର୍ଯ୍ଯନ୍ତ ପ୍ରକାଶ ଟିଏ
ଅବୁଝା ପାଠ ପାଇଁ
ପାଟ ପଟାନ୍ତର ସହଜ ଦର୍ଶନ ଟିଏ
ଅସୂୟା ଉଦଣ୍ଡତାର ସୁଧାର ପାଇଁ
ସମ୍ବେଦିତ ଛାଟ ଟିଏ
ସେ ବୋଧ ବୃଦ୍ଧ
ବୁଦ୍ଧତାର ଚଳନ୍ତି ପ୍ରତିମା।
ଜ୍ଞାନଭଦ୍ର ଚରିତ୍ରର ଚରିତାର୍ଥୀ ପ୍ରାଣ
ତାଙ୍କ ପରଶରେ ନିରାଶା ମରୁରେ
ପଲ୍ଲବିତ ହୋଇ ପାରେ ଥୁଣ୍ଟା ଜୀବନ
ସେ ସଙ୍ଘର୍ଷର କୁରୁକ୍ଷେତ୍ରେ
ପାର୍ଥ ରଥେ ସାରଥି ଶ୍ରୀକୃଷ୍ଣ
ଧର୍ମ ସମାନ।
ଗୁରୁ ହିଁ ଦେହାଧି ଈଶ୍ବର
ତାଙ୍କୁ ଗିଳି ପାରେନା ମରଣ
ହଜାଇ ପାରେ ନାହିଁ ସମୟର ବଳ
ସେ ଅମର ବିଲଗ ବିତରାଗୀ
ଯାହାଙ୍କ କୃପା ହେଲେ
ମହୀରେ ରହି ଦେଖି ହୁଏ ଅମରାବତି
ଆଉ ଖୋଲି ଯାଏ ସ୍ବର୍ଗ ଦ୍ବାର
ସେ କର୍ମ,କର୍ତ୍ତବ୍ଯ,ସୁବିଚାରର
ଗତି ଦାୟକ ନାୟକ ଆମର।
ସୁରେନ୍ଦ୍ର ନାଥ ସାହୁ,
କଳମ୍ବ(ଡିହସାହି),
ପୋଲସରା,
ଗଞ୍ଜାମ,
୭୬୧୧୦୫
ମୋ.ନଂ:-୮୧୨୮୯୧୯୨୫୬
0 Comments