: ଗୁରୁ ହିଁ ଈଶ୍ୱର ::
...............................
ନିରବ ଆଖିରେ ଦେଖିଛି ତୁମର
            ସମ୍ଭାବନାର ମୁଁ ଆଞ୍ଜୁଳେ ସ୍ବପ୍ନ
ପିଞ୍ଜରା ହାଡକୁ ସଳଖି ସଳଖି
             ସମର୍ପି ଦେଇଛ ଜୀବନ ତୁମ ।।

କୁନି କୁନି ହାତେ ଶିଖାଇଛ ମୋତେ
             ଅ..ଆ..ପାଠ ମାଟି ସିଲଟେ
କେତେ ତୁମ ବେତ ପିଠିରେ ବାଜିଛି
            ପୁଣି ଆଉଁସିଛ ତୁମରି ହାତେ   ।।

ହାତେ ଅସ୍ତ୍ରଧରି ବୀର ପରି ଲାଗ
           କଠିନ ଗଣିତ କସିବା ବେଳେ
କେତେ କାନ ମୋଡl ତୁମ୍ଭଠୁ ଖାଇଛି
           ଗଣିତ ସୂତ୍ରକୁ ଘୋଷିବା କାଳେ   ।।

କାଳିଜାଇ ଗୀତ ଘୋଷି ନାହିଁ ବୋଲି
            ବାପାଙ୍କୁ ମୋହର ଦେଇଛ ଗାଳି
ମୋଟା ଚଷମାରୁ କଣେଇ ଚାହିଁଲେ
             ଶରୀରରୁ ପ୍ରାଣ ଯାଏ ବାହାରି   ।।

ମୁଣ୍ଡେ ହାତମାରି କହିଥିଲ ଠାରି
            ପାଠ ପଢି ହେବୁ ଜଗତ ଜିତା
ସେବେଠୁ ପୁଜିଛି ତୁମ ପାଦ ପଦ୍ମ
          ତୁମେ ଗୁରୁ ମୋର ତୁମେ ଦେବତା ।।

ନିସ୍ୱାର୍ଥ ସେବାରେ ପର ପିଲାପାଇଁ
             ପର କରିଥିଲ ଘର ସଂସାର
କିଏ ନ ଦେଖିଛି, କିଏ ବା ଦେଇଛି
            ପୁରଷ୍କାର ଗୋଟେ ତୁମ ମୁଲର  ।।

ଅନନ୍ୟ ତୁମର ଶିକ୍ଷାଦାନ ତ୍ୟାଗ
            ଯିଏ ବି ପଢ଼ିଛି ଜିଣିଛି ଗଡ଼
ତୁମ ବେତ ଦାଗ ଯାହାଠି ବାଜିଛି
            ଦୁନିଆରେ ସିଏ ସବୁଠୁ ବଡ   ।।

ଯାଏନି ମନ୍ଦିର ପୁଜେନି ପଥର
               ଆଶିଷ ତୁମର ପାଇଛି କିଛି
ସ୍ୱପ୍ନକୁ ତୁମର କରିଛି ସାକାର
            ଶିଖିଛି ଯାହାକୁ ଦେଉଛି ବାଣ୍ଟି   ।।

ତୁମେ ହିଁ ଈଶ୍ୱର ଅଜ୍ଞାନ ଜନର
            ନିରାଶା ନଗରେ ଆଶା କିରଣ
ତୁମେ ନାଟ୍ୟକାର ଜ୍ଞାନ ଜଗତର
           ତୁମେ ହିଁ ଭଜନ ତୁମେ ଜଣାଣ   ।।

ତୁମ୍ଭରି କରୁଣା ହୋଇଗଲେ ଉଣା
            ମୂର୍ଖ ହୋଇ ମନ୍ତ୍ରୀ ହୁଏ ବlଉଳl
ଦୁର୍ନୀତିରେ ମାତି ଲୁଟନ୍ତି ସମ୍ପତ୍ତି
            ବୁଡାଇ ଦିଅନ୍ତି ଦେଶର ଭେଳା   ।।

ତୁମ୍ଭେ ହିଁ ତିଦ୍ଦତ ପୃଥିବୀର ଛାତ
             ତୁମ୍ଭେ ଜ୍ଞାନଦାତା ତୁମ୍ଭେ ଈଶ୍ୱର
ତୁମ୍ଭେ ଆମ ଯଶ ଗର୍ବ ଗଉରବ
                 ପ୍ରଣାମ ଜଣାଉ ତୁମ୍ଭ ପୟର   ।।
              
ପ୍ରଶାନ୍ତ କୁମାର ସେଠୀ,
ପିରିପୁର, ଭଣ୍ଡାରିପୋଖରୀ, ଭଦ୍ରକ
ଦୁରଭାଷା: ୯୯୨୧୭୧୫୧୭୯
ଦିନାଙ୍କ: ୨୮/୦୬/୨୦୨୦