❤️ଗୁରୁ ହିଁ ଈଶ୍ୱର ❤️
ଗୁରୁ ହିଁ ଦେବତା, ଗୁରୁ ପିତାମାତା
ଗୁରୁହିଁ ଆଲୋକ ସମ
ତମସା ଏଡାଇ ପ୍ରଦିପ ଜଳାଇ
ଦିଅନ୍ତି ଜୀବନ ଜ୍ଞାନ
ଅନ୍ଧାରରେ ଯେବେ ପଥ ହୁଡ଼ା ହୁଏ
ଦେଖନ୍ତି ସଠିକ ପଥ
ପାଦ ମୋର ଯେବେ ଅବାଟରେ ଖସେ
ଧରି ନିଅନ୍ତି ସେ ହାତ...
ଗୁରୁ ବୋଲି ତୁମେ ପରିଚିତ ଏଠି
ମୋ ପାଇଁ ମୋର ଈଶ୍ୱର..
ତୁମେ ଥିଲେ ସାଥେ ଜୀବନ ପଥରେ
ନଥାଏ ଟିକିଏ ଡର..
ତୁମରି ପ୍ରେରଣା ଆଶ୍ୱାସନା ପୁଣି
ଜୀବନ ଦର୍ଶନ କଥା
ମନେ ଭରିଦିଏ ଅନେକ ଉତ୍ସlହ
ତୁମର ସେ ମିଠା କଥା
ଭାବି ବସେ ଯେବେ ଅତୀତର କଥା
ତୁମ ଛବି ଉଙ୍କି ମାରେ
ଆଜିବି ଏ ଶୀର ନତ ହୋଇଯାଇ
ତୁମରି ପରସ ଝୁରେ
ଗୁରୁ ବ୍ରହ୍ମl ପୁଣି ଗୁରୁ ମହେଶ୍ୱର
ଗୁରୁ ସାକ୍ଷାତ ଇଶ୍ୱର
ଆଲୋକ ରୂପକ ବର୍ତିକା ସାଜିସେ
ଦିଅନ୍ତି ଜୀବନ ସଂସ୍କାର
ହାତ ଧରି ମୋର ଲେଖି ଶିଖାଇଲ
ବ୍ରହ୍ମl ବିଷ୍ଣୁ ମହେଶ୍ୱର
ବାଧା ବିଘ୍ନ ଯେବେ ଆସେ ଏ ଜୀବନେ
ଦେଖାଅ ପଥ ସତ୍ୱର
ସ୍ୱୟଂସିଦ୍ଧl ଦାସ
ଗୁରୁ ଛlତ୍ରୀ,
ମୟୁରଭଞ୍ଜ
0 Comments