ରାକ୍ଷୀ
••••••••••••••••
ସତରେ ମଣିଷ ଜୀବନରେ
ସୁଖ ଅଛି ତ ଦୁଃଖ କାହିଁ ନ ଥିବ
ସମସ୍ତଙ୍କର ଭାଗ୍ୟ ସମାନ ନୁହେଁ
କାହାର ସଂସାର ପୂର୍ଣିମା ର ଚାନ୍ଦ ତ
କାହାର ସଂସାର ଅମାବାସ୍ୟା ଘନ ଅନ୍ଧାର
ଆଉ ଏଇ ସଂସାର ଭିତରେ
ସବୁଠାରୁ ନିଆରା ସଂପର୍କ
ଭାଇ ଆଉ ଭଉଣୀ ଙ୍କର
ସବୁ ଭାଇଙ୍କ ର ଭଉଣୀ ନାହିଁ
ସବୁ ଭଉଣୀ ର ଭାଇ ନାହିଁ
କାହାର ଭାଇ ଅଛି ତୋ
କାହାର ଭଉଣୀ ନାହିଁ
ହଁ ଭଉଣୀ ସବୁ ବ୍ରତ ଉପବାସ କରେ
ଭାଇର ମଙ୍ଗଳ ପାଇଁ
ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ବାନ୍ଧି କୁହେ
" ଭାଇ ତତେ ମୋର ରହିଲା ରାଣ
କହିବୁନି କଥା ପଦିଏ ଟାଣ "
ଆଉ ନିଜକୁ ପ୍ରଶଂସା କରି ଚାଲନ୍ତି
ପ୍ରାକୃତିକ ରୂପରେ ରୂପରେ
ହେଲେ କେହି ଭାଇ ଭଉଣୀ ବୁଝନ୍ତି ନାହିଁ
ଯଦି କାହାର ଭଉଣୀ ନଥିବ
ଯଦି କାହାର ଭାଇ ନଥିବ
ଏମାନେ ଏଦିନ କେମିତି କାଟୁଛନ୍ତି...?
କେମିତି ରହୁଛନ୍ତି...?
ସତରେ ଏମାନେ କ'ଣ ନିର୍ଦୟ ହୃଦୟ...?
ଏମାନେ କ'ଣ ଭାଇ ଭଉଣୀଙ୍କୁ ଖୋଜନ୍ତି ନାହିଁ...?
ହଁ କେହି ନ ବୁଝନ୍ତି ତାଙ୍କରି ହୃଦୟର ବେଦନା
କେହି ନ ବୁଝନ୍ତି ତାଙ୍କରି ହୃଦୟର କୋହ
ଆଖିର ଲୁହ କୁ
ସେମାନଙ୍କୁ ଟିକେ ଖୁସି ମିଲିଲେ
ଭୁଲି ଜାଆନ୍ତି ନିଜର ବନ୍ଧୁ ବାନ୍ଧବୀ କୁ
ଭାଗ୍ୟରେ ତୋ ଭଉଣୀ ଥାଇ କି
ରାକ୍ଷୀ ପିନ୍ଧିବାର ସୌଭାଗ୍ୟ ନାହିଁ
ଅନ୍ୟ କୁ ଦେଖି ଇର୍ଷା ହେବି କାହିଁକି
ଏହା ଦେଖି ମଧ୍ୟ ଅଭିନୟ କରି
ଆଖିର ଲୁହ କୁ ପାଟିରେ ପିଇ
ସହିବାର ସିଖିବୀ....
ନାମ- ନୀଳାମ୍ବର ମହାନନ୍ଦ
ଗ୍ରାମ-ଆମ୍ବଗୁଡା ବ୍ଳକ-ଗୋଲାମୁଣ୍ଡା ଜିଲ୍ଲା-କଳାହାଣ୍ଡି
0 Comments