କୃଷକ
କୃଷକ ଭାଇରେ କୃଷକ ଭାଇ
ପାହାନ୍ତି ପହରେ ଯାଉଛ କାହିଁ?
ଚାଷ ତରତର ବଣିଜ ମଠ
ସେଥିପାଇଁ ପରା ଅଟେ କର୍ମଠ l
କୃଷି ପରା ଅଟେ ମୋର ବେଉସା
ସେଇ ଏକା ମୋର ସାହା ଭରଷା l
ବଳଦ ଲଙ୍ଗଳେ କାମ ମୋହର
ମାଟି କାଦୁଅରେ ହୁଅ ସରସର l
ସୂରୁଜ ପୂର୍ବରୁ ଉଠଇ ମୁହିଁ
ସୂରୁଜ ଗଲେ ମୋ କାମ ସରଇ l
କିବା ଖରା, ବର୍ଷା, କି ଅବା ଶୀତ
ମୋ ବେଉସାରେ ଏ ସଭିଏଁ ମିତ l
ମାଛ ମାଉଁସରେ ନଥାଏ ଆଶା
ମୋ ପାଇଁ ପ୍ରିୟ ମୋ ପଖାଳ କଂସା l
ସୁଜଳା ସୁଫଳା କରେ ମୁଁ ଭୂଇଁ
ଟାଙ୍ଗରା ଭୂଇଁରେ ସୁନା ଫଳଇ l
ମୁଁ ବସିଗଲେ ଅନର୍ଥ ହୋଇବ
ଭୋକିଲା ତୁଣ୍ଡେ କେ ଆହାର ଦେବ?
କୃଷକକୁ ଛୋଟ ଭାବିବୁ ନାହିଁ
ଦେଶ ବିକାଶର ନାୟକ ସେହି l
ମୋ ପାଇଁ ବାଜୁଛି ଦେଶେ ସ୍ଲୋଗାନ
ଜୟ ଯବାନ କୁ ଜୟ କିଷାନ l
ମୋ ଜାତିର ଋଣ ମୋହ ଉପରେ
ନରହୁ କେହି ଭୋକ ଉପାସରେ l
ଆଜୀବନ ବିଲେ ସାଜି ସୈନିକ
ରଖିବି ନିଶ୍ଚେ ମୋ ଭାରତ ଟେକ l
ତା ପାଣି ପବନେ ମୋ ଜୀବନ
ରଖିବି ନିଶ୍ଚେ ମୁଁ ତା ସନମାନ l
ତୋ ଭାବ ବୁଝିଲି କୃଷକ ଭାଇ
ତୋ ଠୁ ବଳି କେହି ଜଗତେ ନାହିଁ l
ସମ୍ପୂର୍ଣ୍ଣ ବିଶ୍ବର ତୁ ଅନ୍ନଦାତା
ସାହା ତତେ ଏକା ପୃଥିବୀ ମାତା l
ଆଦ୍ୟାଶା ନନ୍ଦ
ଭୁବନେଶ୍ୱର
0 Comments