" କୃଷକ "

     ଖରା, ବରଷାକୁ ଖାତିରି ନାହିଁ
      କୃଷକ ଭାଇ
     ଅନ୍ନଦାତା ,ଭୁମିର ପୁଅ ସେହି
      କୃଷକ ଭାଇ        ।

    କ୍ଷୁଧାର୍ତକୁ ଆହାର ଦିଏ ସେହି
    କୃଷକ ଭାଇ
    ମାଟି ମାଆ ସଙ୍ଗେ ମାଟି ହୁଅଇ
     କୃଷକ ଭାଇ     ।

   ଅନ୍ୟର ମୁଖରେ ହସ ଫୁଟାଇ
    କୃଷକ ଭାଇ
    ସ୍ବୟଂ ଅସହାୟ ଦୁଃଖରେ ଥାଇ
    କୃଷକ ଭାଇ      ।

    ପର ପାଇିଁ ଦାନା ଦିଏ ଯୋଗାଇ
     କୃଷକ ଭାଇ
    ଆପଣା ଗୃହକୁ ଦେଖଇ ନାହିଁ
     କୃଷକ ଭାଇ       ।

   ଧରଣୀ ହସଇ ତାହାରି ପାଇିଁ
    କୃଷକ ଭାଇ
   ବିହଙ୍ଗ ଗାଉଛି ଗୀତ ତା'  ପାଇିଁ
    କୃଷକ ଭାଇ      ।

    ପ୍ରାତଃରୁ ବିଲକୁ ଯାଅଇ ଧାଇଁ
    କୃଷକ ଭାଇ
    ଆପଣା ଦୁଃଖକୁ ପାରେନା କହି
    କୃଷକ ଭାଇ      ।

   ଜୀଣ୍ଣ କୁଟୀରରେ ସ୍ବୟଂ ରହଇ
    କୃଷକ ଭାଇ
   ଜଗତ ଉଦର ଭରଇ ସେହି
    କୃଷକ ଭାଇ    ।

   କଠିନ ଭୁମିରେ ସୁନା ଫଳାଇ
    କୃଷକ ଭାଇ
   ଲୁହ, ଲୌହୁ ଏକ କରଇ ସେହି
    କୃଷକ ଭାଇ     ।

    ସରକାର ଦୁଃଖ ଦେଖଇ ନାହିଁ
     କୃଷକ ଭାଇ
    ବନ୍ୟା, ବାତ୍ୟାରେ ଚାଷ ଉଜୁଡଇ
     କୃଷକ ଭାଇ      ।

     ଋଣ କରି ଚାଷ କରଇ ସେହି
      କୃଷକ ଭାଇ
     ଉଜୁଡିଲେ ଚାଷ ସାହାର୍ଯ୍ୟ ନାହିଁ
      କୃଷକ ଭାଇ      ।

     ସରକାର ବୈମାତୃକ ଭାବ ପାଇିଁ
      କୃଷକ ଭାଇ
     ଜୀବନ ହାରଇ କୀଟ ନାଶ ପିଇ
      କୃଷକ ଭାଇ     ।

     ନିଜ ସୁଖ ଭୁଲି ଜାଇଛି ସେହି
     କୃଷକ ଭାଇ
    ପର ପାଇିଁ ଚାଷ କରଇ ସେହି
     କୃଷକ ଭାଇ       ।

    ପର ଦୁଃଖେ ଦୁଃଖି ହୁଅଇ ସେହି
    କୃଷକ ଭାଇ
    ସେଥିପାଇଁ ଦୁଃଖ  ଭାଗ୍ୟରେ ତହିଁ
     କୃଷକ ଭାଇ  
     କୃଷକ ଭାଇ      ।

    ହରିହର ଭୂକ୍ତା ,ତାଳଚେର ,ଅନୁଗୋଳ
     ଦୂରାଭାଷନଂ-୮୯୧୭୬୩୬୪୨୨